ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର , ଆମ୍ବୁଲାନ୍ସ ନଆସିବାରୁ ମେଡିକାଲରେ ଉତ୍ତେଜନା

0 251

ଗଣିଆ : ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣକ ବିଜୟନଗର ମଳିକ ସାହିର କ୍ରିଷ୍ଣା ମଲ୍ଲିକ । ସେ ରବିବାର ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଏକ ଲୁହାଖୁଣ୍ଟରେ ନିଜ ବୁଲେଟଟିକୁ ମାଡ କରିଥିଲେ । ତାଙ୍କ ଡ଼ାହାଣ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ନୟାଗଡ ସ୍ଥାନାନ୍ତର କରିଥିଲେ । ଘଟଣାସ୍ଥଳରେ ଗଣିଆ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୁଲେଟଟିକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି । ତେବେ ଦୁର୍ଘଟଣା ଘଟିବାର ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଏକ ବୋଲେରୋ ଭଡାକରି ସେଥିରେ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ସରକାର ସ୍ବାସ୍ଥ୍ୟ ସେବା ପାଇଁ ବାହାବା ନେଉଥିବା ବେଳେ ଖୋଦ୍ ଗଣିଆ ହେଡକ୍ୱାର୍ଟରକୁ ୩ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନଆସିବା ସରକାରଙ୍କର ପାରିବା ପଣିଆକୁ ପଦାରେ ପକାଉଛି । ୩ ଘଣ୍ଟା ପର୍ଯ୍ୟନ୍ତ ସେଭଳି ମେଡିକାଲରେ ପଡି ରହିଥିଲା ଯୁବକ ଜଣକ । ସନ୍ଧ୍ୟା ୬ ଘଟିକା ସମୟରେ ଆମ୍ବୁଲାନ୍ସ ଆସିବା ପରେ ନୟାଗଡ ସ୍ଥାନାନ୍ତର କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

17 − 8 =