ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା, ଆଗରେ ରେଭେନ୍ସା

0 150

କଟକ: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି।

hiring

ସେହିପରି ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ଆଜିଠାରୁଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏହି ରାଉଣ୍ଡରେ ସୁଯୋଗ ପାଇପାରିବେ। ସେଲ୍ଫ ଫାଇନାନ୍ସ ଏବଂ ସଂସ୍କୃତ କଲେଜର ପିଲାମାନେ ମଧ୍ୟ ଆବେଦନ କରିପାରିବେ। ଆସନ୍ତା ଗୁରୁବାର ୧୦ ତାରିଖ ରାତି ୧୧ଟା ୪୫ ଯାଏ ଆବେଦନ କରିହେବ। ଅତିକମ୍‌ରେ ଗୋଟିଏ କଲେଜ କିମ୍ବା ତା’ଠାରୁ ଅଧିକ କଲେଜକୁ ଚୟନ କରିପାରିବେ। ୧୨ ତାରିଖ ଅପରାହ୍ନ ୨ଟାରେ ଓ୍ବେଟିଂ ଲିଷ୍ଟର ମେରିଟ୍‌ ଲିଷ୍ଟ କଲେଜ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଏଥିସହ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ୧୪ ତାରିଖରେ କଲେଜ ନେଟିସ ବୋର୍ଡ ଏବଂ ଓ୍ବେବ୍‌ସାଇଟରେ ପ୍ରକାଶ ପାଇବ। ୧୫ ତାରିଖରେ ନାମଲେଖା ସହିତ ଟଙ୍କା ଦାଖଲ ହେବ। ଯେଉଁମାନେ ଓ୍ବେଟିଂ ଲିଷ୍ଟରେ ଥିବେ, ସେମାନେ ୧୬ ତାରିଖରେ ନାମ ଲେଖାଇବା ସହିତ ଟଙ୍କା ଦାଖଲ କରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

hiranchal ad1
Leave A Reply

Your email address will not be published.

15 − 12 =