ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

0 186

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡ଼ା ଘରୁ ନିଜ ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ୩ ଦିନ ଧରି ଭିଜିଲାନ୍ସ ଟିମ୍‌ ତାଙ୍କୁ ନଜରରେ ରଖିଥିବା ସୂଚନା ମିଳିଛି। ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୬ଟି ବ୍ୟାଣ୍ଡେଲରେ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡ଼ା ଘରେ ପହଞ୍ଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ତାଙ୍କୁ ନୂଆପଡ଼ା ଜିଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲା।

hiranchal ad1
Leave A Reply

Your email address will not be published.

eleven − 1 =