କେନାଲ ରାସ୍ତା ମରାମତି କରାଯିବାକୁ ଦାବି

0 329

ବୌଦ୍ଧ,୧୬/୭ – ବୌଦ୍ଧ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର ସାହାଜପାଲ ଗ୍ରାମ ନିକଟରୁ ଆସିଥିବା ସାଲୁଙ୍କୀ କେନାଲର ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମରାମତି ଅଭାବରୁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଉପରେ ମୁଣ୍ଡିପଦର, ମୁଣ୍ଡାପଡା, ବ୍ରାହ୍ମଣୀପାଲି ଗ୍ରାମ ପଂଚାୟତର ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଯାତାୟାତ କରନ୍ତି । ଉକ୍ତ ରାସ୍ତାଟି ମୁଣ୍ଡିପଦର ଗ୍ରାମରୁ କଲାପଥର୍, ରାଉତବାହାଲ୍ ଗ୍ରାମକୁ ଯାଇଥିବା ଆର୍. ଡି. ରାସ୍ତାକୁ ସଂଯୋଗ କରୁଥିବା ହେତୁ କେନାଲ ରାସ୍ତାରେ ଗଲେ ସମୟ ଓ ଦୂରତା କମିଯାଇଥାଏ । ସେଥିପାଇଁ ଏ ରାସ୍ତାକୁ ସମସ୍ତେ ବ୍ୟବହାର କରିଥାଆନ୍ତି । ଜଳସେଚନ ବିଭାଗ ତୁରନ୍ତ ଏ ରାସ୍ତାର ମରାମତି ଓ ଉନ୍ନତ୍ତିକରଣ କାର୍ଯ୍ୟ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

16 − nine =