ସୌମ୍ୟାଶୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିବ କଂଗ୍ରେସ

0 132

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌ କଲେଜ ମୃତ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରି କହିଛନ୍ତି, ସୌମ୍ୟାଶୀଙ୍କ ପାଇଁ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ। କଂଗ୍ରେସ, ବାମ ଦଳ ସମେତ ୮ଟି ଦଳ ପାଳିବ ବୋଲି ସୂଚନା ଦେଇଛନ୍ତି ଭକ୍ତ। ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍‌ ନୀରବ ପ୍ରାର୍ଥନା ପାଇଁ ପିସିସି ସଭାପତି ଅପିଲ କରିଛନ୍ତି।

hiring

ଅନ୍ୟପଟେ ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜରେ ତଦନ୍ତକାରୀ ଟିମ ପହଞ୍ଚିଛନ୍ତି। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ ପହଞ୍ଚିଛି। କଲେଜ ICC ସଦସ୍ୟଙ୍କୁ ପଚରାଉଚରା ପାଇଁ ପହଞ୍ଚିଥିବା ସୂଚନା ରହିଛି। ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରୁଛି।

hiranchal ad1
Leave A Reply

Your email address will not be published.

12 − three =