ସାହାଣୀ କପ : କେନ୍ଦୁଝର-ଯାଜପୁର ମ୍ୟାଚ ଡ୍ର , ଆରଏସପି ୪-୩ ଗୋଲରେ ବିଜୟୀ

0 184

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ଏକ ତୀବ୍ର ପ୍ରତିଦ୍ବନ୍ଦୀତା ତଥା ଉତ୍ତେଜନା ପୂର୍ଣ୍ଣ ପ୍ରଥମ ଖେଳରେ ଘରୋଇ କେନ୍ଦୁଝର ଏବଂ ଯାଜପୁର ମଧ୍ୟରେ ୨-୨ ଗୋଲ ବିନିମୟରେ ସମାପ୍ତ ହୋଇ ଖେଳ ଡ୍ର ରହିଛି ଏବଂ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି l ପ୍ରଥମlର୍ଦ୍ଧ ଖେଳର ୩୦ତମ ମିନିଟରେ କେନ୍ଦୁଝରର ଗୋଲରକ୍ଷକ ଯଦୁନାଥ ସର୍ଦ୍ଦାର ବିପଜ୍ଜନକ ଖେଳ ପ୍ରଦର୍ଶନ କରିବାରୁ ରେଫରୀ ସୁବ୍ରତ ପୁରୋହିତ ତାଙ୍କୁ ପଡିଆରୁ ବାହାର କରିଥିଲେ l ଫଳରେ କେନ୍ଦୁଝର ମନସ୍ତାତ୍ଵିକ ଚାପର ଶିକାର ହୋଇଥିଲା l ପ୍ରଥମlର୍ଦ୍ଧର ୩୭ ମିନିଟରେ ଯାଜପୁର ପକ୍ଷରୁ ଜର୍ସି ନମ୍ବର ୬ ଅଜୟ ସୋରେନ ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ l ପ୍ରଥମlର୍ଦ୍ଧ ଖେଳରେ ୧-୦ ଗୋଲରେ ଅଗ୍ରଣୀ ରହିବା ପରେ ଦ୍ୱିତୀୟlର୍ଦ୍ଧର ୭୩ତମ ମିନିଟରେ ରାଇଟ ଉଇଙ୍ଗର ଭଞ୍ଜ କିଶୋର ହାଁସଦା ଦ୍ୱିତୀୟ ଗୋଲ ସ୍କୋର କରିଥିଲେ l ମାତ୍ର ୭୫ତମ ମିନିଟରେ କେନ୍ଦୁଝରର ଲେଫ୍ଟ ଉଇଙ୍ଗର ମଙ୍ଗଲ ମୁଣ୍ଡା ଏକ ଦର୍ଶନୀୟ ଗୋଲ ଜରିଆରେ ଗୋଲଟିକୁ ପରିଶୋଧ କରିଦେଇଥିଲେ ଏବଂ ଖେଳ ଶେଷ ହୁଇସିଲ ବାଜିବାର ଏକ ମିନିଟ ପୂର୍ବରୁ ଘରୋଇ ଦଳର ମିଡ଼ ଫିଲଡର ଅନ୍ୟ ଏକ ଗୋଲ ପରିଶୋଧ କରି ଖେଳକୁ ସମାନ ସ୍ତରକୁ ଆଣିବା ସହ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଥିଲେ ଏବଂ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ l ଆଜି ଅନୁଷ୍ଠିତ ଦ୍ୱିତୀୟ ଖେଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅନୁଗୋଳ ଜିଲ୍ଲା ବିପକ୍ଷରେ ୪-୩ ଗୋଲରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି l ପ୍ରଥମlର୍ଦ୍ଧ ଖେଳର ୪ ମିନିଟରେ ରାଉରକେଲାର ଷ୍ଟ୍ରାଇକର ସୁରେଶ ଖାଡ଼ିଆ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୩୬ତମ ମିନିଟରେ ଅନୁଗୋଳର ରାଇଟ ଉଇଙ୍ଗର ଅନ୍ତର୍ଯ୍ୟାମୀ ନାୟକ ଗୋଲଟିକୁ ପରିଶୋଧ କରିଥିଲେ l ମାତ୍ର ୪୩ତମ ମିନିଟରେ ରାଉରକେଲା ପକ୍ଷରୁ ରମେଶ ଓରାମ ଅନ୍ୟ ଏକ ଗୋଲ ସ୍କୋର କରିଥିଲେ l ପ୍ରଥମlର୍ଦ୍ଧ ଖେଳରେ ୨-୧ ଗୋଲରେ ଅଗ୍ରଣୀ ରହିବା ପରେ ଦ୍ୱିତୀୟlର୍ଦ୍ଧର ୪୯ ମିନିଟରେ ରାଉରକେଲା ପକ୍ଷରୁ ସୁରେଶ ଖାଡ଼ିଆ ଆଉ ଏକ ଗୋଲ ସ୍କୋର କରିଥିଲେ l ମାତ୍ର ୬୪ତମ ମିନିଟରେ ଏବଂ ୭୪ତମ ମିନିଟରେ ଅନୁଗୋଳ ପକ୍ଷରୁ ପରାଉ ମୁର୍ମୁ ଲଗାତାର ଦୁଇଟି ଗୋଲ ସ୍କୋର କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ l କିନ୍ତୁ ଶେଷରେ ରାଉରକେଲାର ତାରକା ଖେଳାଳି ଚତୁର୍ଥ ଗୋଲଟି ସ୍କୋର କରି ଦଳକୁ ୪-୩ ଗୋଲରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ।
ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ଅତିଥି ସଦର ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ଜିଲ୍ଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ବରୋଦା ପ୍ରସାଦ ସାହୁଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା l ଏହି ଟୁର୍ନାମେଣ୍ଟର ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ ସୁରେଶ ରଣା, ରାଜକୁମାର ମିଶ୍ର, ବୀରେନ୍ଦ୍ର ମହାନ୍ତ ଏବଂ ଗିରୀଶ ଚନ୍ଦ୍ର ହୋତା ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ପ୍ରଥମ ଖେଳରେ ସୁବ୍ରତ ପୁରୋହିତ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଜଗନ୍ନାଥ କହ୍ନର ଓ ମହେଶ ପ୍ରଧାନ ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ବାପୁନ ମହାନ୍ତ l ସେହିପରି ଦ୍ୱିତୀୟ ଖେଳରେ ଆଶୀର୍ବାଦ କାନୁନଗୋ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଅରୁଣ ନାୟକ ଓ ରତ୍ନାକର ସୋରେନ ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ରାଇ ମୋହନ ମୁର୍ମୁ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l

hiranchal ad1
Leave A Reply

Your email address will not be published.

4 × 3 =