କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ କାର୍ ଧକ୍କାରେ ଚାଲିଗଲା ୪ ଜୀବନ

0 212

କୋରାପୁଟ -ସୁନାବେଡ଼ା ଥାନା ସମ୍ମୁଖରେ ୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ। ଗାଡ଼ି ଧକ୍କାରେ କୋରାପୁଟ ମେଡିକାଲରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଅପରାଧିକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଉତ୍ତେଜନା ସାହି ବାସିନ୍ଦାଙ୍କ ଉତ୍ତେଜନା।କୋରାପୁଟ ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ସୁଚନା ଅନୁସାରେ ଗତ ୬ ତାରିଖରେ ଟେଣ୍ଟ ହାଉସ କଲେକ୍ସନ ମାଗିବାକୁ ଯିବାରୁ କାରରେ ପଛପଟୁ ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ଦିପକ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକଙ୍କୁ କ୍ଷତିପୂରଣ ସହ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରି ଜାତୀୟ ରାଜପଥ ଉପରେ ସୁନାବେଡ଼ା ଥାନା ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସମ୍ପର୍କୀୟ ସହ ସ୍ଥାନୀୟ ବାସିନ୍ଦା। ଦୁଇ ଘଣ୍ଟା ଧରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

hiranchal ad1
Leave A Reply

Your email address will not be published.

eight − 6 =