ନିଗମ ଅଞ୍ଚଳରେ ତିନୋଟି କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ: ପାଖପଡ଼ିଶାରେ ସଂକ୍ରମଣ ପହଞ୍ଚିଲା ପରେ ମଧ୍ୟ ଲୋକେ ସୁଧୁରିବା ପାଇଁ ଅରାଜି

0 202

ସମ୍ବଲପୁର,୧୬/୭- ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଆଜି ଆଉ ଚାରିଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ଏମାନେ ଦୁଇଜଣ ମହିଳା (୩୫ ଓ ୩୭) ଓ ଦୁଇଜଣ ପୁରୁଷ (୨୮ ଓ ୩୦) ସମସ୍ତେ କରୋନା ଯୋଦ୍ଧା ଅର୍ଥାତ୍ ଡାକ୍ତର ଓ ନର୍ସ ଅଟନ୍ତି । ଏମାନଙ୍କ ବ୍ୟତୀତ ସମ୍ବଲପୁର ନଗରୀୟ ଅଞ୍ଚଳରେ ମଧ୍ୟ କିଛି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କିନ୍ତୁ ସେମାନଙ୍କ ବିଷୟରେ ପ୍ରଶାସନିକ ଘୋଷଣା ହୋଇନାହିଁ ତଥାପି ପ୍ରତିଷେଧକ ପଦକ୍ଷେପ ଜାରି କରାଯାଇଛି । ଯେହେତୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ଏହିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନିୟନ୍ତ୍ରଣରେ ରଖିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଅନୁସାରେ କଟକଣା ଜାରି କରାଯାଇଛି । ସମ୍ବଲପୁର ପୁରୁଣା ବସ୍ତି ଅଞ୍ଚଳରେ ୱାର୍ଡ ୨୫ ଅନ୍ତର୍ଗତ ଆମ୍ବେଦକର ନଗରକୁ କଣ୍ଟେନମେଣ୍ଟ ଜୋନ କରିବା ସହିତ ଏହାର ଚାରିପାଖ ସମଲେଶ୍ୱରୀ କଲୋନୀ, ପଟନାୟକ ପଡା, ରାମସାଗର ବନ୍ଦ ଓ ଠେଲକୋପଡାକୁ ବଫରଜୋନ ରୂପେ ଘୋଷଣା କରାଯାଇଛି ଓ ସେଅଞ୍ଚଳରୁ ୫ଟି ଯାକ ପ୍ରବେଶ ପଥସବୁ ବ୍ୟାରିକେଡ଼ ଲଗେଇ ସିଲ୍ କରାଯାଇଛି । ସେଠାରେ ସୁରକ୍ଷା ଦୃଷ୍ଟିରୁ ଯଥେଷ୍ଟ ପୁଲିସବଳ ମୁତୟନ କରାଯାଇଛି ଓ ସେଠାକାର କାର୍ଯ୍ୟ ତଦାରଖ ପାଇଁ ଜଣେ ଏଏସପି ଓ ମାଜିଷ୍ଟ୍ରେଟ ଉପସ୍ଥିତ ରହିଛନ୍ତି ।

hiring

କିନ୍ତୁ ଦୁଃଖର କଥା ଯେ ଘରପାଖପଡିଶାରେ ସଂକ୍ରମଣ ପହଞ୍ଚିଲା ପରେ ମଧ୍ୟ ସ୍ଥାନୀୟ ଲୋକେ ସୁଧୁରିବା ପାଇଁ ଅରାଜି ରହୁଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ବୁଝିନପାରି ଆଜିସକାଳୁ କିଛି ସ୍ଥାନୀୟ ଲୋକ ସେଠାରେ ବ୍ୟାରିକେଡ଼ ଘୁଞ୍ଚାଇବାକୁ ପୁଲିସ ସହିତ ଯୁକ୍ତିତର୍କ କରିଛନ୍ତି, କାରଣ ଏହାଦ୍ୱାରା ସେମାନଙ୍କୁ ଯିବାଆସିବାରେ ଅସୁବିଧା ହେଉଛି । ସେହିପରି ସ୍ଥାନୀୟ ଉପନଗରୀ ବୁର୍ଲାଠାରେ ଭିସୁଟ ଓ ଭିମସାର ଅଞ୍ଚଳରେ ସଂକ୍ରମଣ ବ୍ୟାପିବାକୁ ଆଖି ଆଗରେ ରଖି ୱାର୍ଡ ୪ ର ଗୁରୁଦ୍ୱାରା କଲୋନୀ ଓ ୱାର୍ଡ ୭ର ତେଲୁଗୁପଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ଆଖପାଖ ଚାରିପଟେ ବଫର ଜୋନ ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen + two =