ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ‘ସୈୟାରା’

0 222

ମୋହିତ ସୁରିଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ସୈୟାରା ରିଲିଜ ପରଠାରୁ ଅନେକ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ମାତ୍ର ତିନି ଦିନରେ 83 କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମରେ ନବାଗତ ଅଭିନେତା ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଉଭୟଙ୍କ ରୋମାନ୍ସକୁ ଦର୍ଶକ ଖୁବ୍ ପସନ୍ଦ କରିଥିବା ବେଳେ ଫିଲ୍ମର ଗୀତ ଗୁଡିକ ଦୁର୍ଶକଙ୍କୁ ମତୁଆଲା କରୁଛି ।
18 ଜୁଲାଇରେ ମୁକ୍ତିଲାଭ କରିଥିବା ‘ସୈୟାରା’ ଭାରତରେ ପ୍ରଥମ ଦିନରେ 25 କୋଟି ଟଙ୍କା (ପ୍ରାୟ $29 ଲକ୍ଷ) ଆୟ କରିଥିଲା। YRF ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ପ୍ରାୟ 9.75 ଲକ୍ଷ ଲୋକ ଫିଲ୍ମଟିକୁ ଥିଏଟରରେ ଦେଖିଥିଲେ। ମୁଖ୍ୟ ଭୂମିକାରେ ନବାଗତ ଅଭିନେତା ଅଭିନୀତ କୌଣସି ହିନ୍ଦୀ ଫିଲ୍ମ ପାଇଁ ଏହା ସବୁଠାରୁ ବଡ଼ ଓପନିଂ ଦିନ। ଏହା 2018 ରେ ‘ଧଡକ’ (8.76 କୋଟି ଟଙ୍କା) ଦ୍ୱାରା ନିର୍ମିତ ରେକର୍ଡକୁ ଅତିକ୍ରମ କରିଛି।

hiranchal ad1
Leave A Reply

Your email address will not be published.

eighteen − 7 =