ଫଳ ଉତ୍ପାଦନ ବୃକ୍ଷରୋପଣ ପାଇଁ ଏମ୍ସିଏଲ୍ ତରଫରୁ ସ୍ୱତନ୍ତ୍ର ଯୋଜନା

0 98

ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ ବନ ମହୋତ୍ସବ-୨୦୨୦ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ କି, ଓଡ଼ିଶାର ବିଭିନ୍ନ କୋଇଲା କ୍ଷେତ୍ର ତଥା ନିକଟବର୍ତ୍ତୀ ଅଞ୍ଚଳରେ ୫୫ ହଜାରରୁ ଅଧିକ ଫଳ ଚାରା ରୋପଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଫଳ ପ୍ରଦାନକାରୀ ବୃକ୍ଷରୋପଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିବା ଏହି ସ୍ୱତନ୍ତ୍ର ଫଳ ବୃକ୍ଷରୋପଣ ଡ୍ରାଇଭ୍ ଏବଂ ସବୁଜ ଆବରଣ ବୃଦ୍ଧି କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ କି ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ୨୦୦୦-୨୧ ଆର୍ଥିକ ବର୍ଷରେ ୧.୨୨ ଲକ୍ଷ ବୃକ୍ଷରୋପଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । କମ୍ପାନୀ ଓଡ଼ିଶାରେ ହାରାହାରି ୬୦ ଲକ୍ଷ ବୃକ୍ଷରୋପଣ କରିଛି ଏବଂ କମ୍ପାନୀର ବିଭିନ୍ନ କୋଲଫିଲ୍ଡସ ଅଞ୍ଚଳର ପାଶ୍ୱର୍ବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ତ୍ତମାନ ଫଳ ପ୍ରଦାନକାରୀ ବୃକ୍ଷରୋପଣ ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । କମ୍ପାନୀ ତରଫରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ସମୟରେ ଫଳ ପ୍ରଦାନକାରୀ ବୃକ୍ଷରୋପଣ ପାଇଁ ଲୋକମାନଙ୍କ ମଧ୍ୟରେ ମାଗଣାରେ ଚାରା ବଣ୍ଟନ କରିବାକୁ ଯୋଜନା ରଖିଛି ।

hiranchal ad1
Leave A Reply

Your email address will not be published.

1 × 2 =