ଶ୍ରୀଜୀଉଙ୍କ ଖସାପଡା ନୀତି ସଂପନ୍ନ

0 177

ପୁରୀ- ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉ ମାନଙ୍କର ଖସାପଡା ନିତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିଥିଲେ। ସେଥିପାଇଁ ସଂଧ୍ୟା ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଶ୍ରଦ୍ଧାଳୁ। ଖସାପଡା ନିତି ଶ୍ରୀଜୀଉମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନିତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଯେହେତୁ ଦେବସ୍ନାନ ପୁର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁ ପହଣ୍ଡି ହୋଇଥିଲେ ଏଣୁ ତାହା ପୁର୍ବରୁ ଖସାପଡା ନିତି କରାଯାଇଥିଲା। ଆଗକୁ ଆସନ୍ତା ବର୍ଷ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜୀଉମାନେ ପହଣ୍ଡି ହେବେ। ଏଣୁ ଏହାପୂର୍ବରୁ ଅର୍ଥାତ ପୁନର୍ବାର ଖସାପଡା ନିତି ଅନୁଷ୍ଠିତ ହୋଇଛି ବୋଲି ଦଇତାପତି ସେବାୟତ ମାନେ କହିଛନ୍ତି। ସେପଟେ ଏହା ଏକ ଗୁପ୍ତନିତି ହୋଇଥିବାର 4ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଖସାପଡା ନିତି ସରିବା ପରେ ନୀତିକାନ୍ତି ପୂର୍ବ ଭଳି ଆଗକୁ ବଢିଥିଲା ଓ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।।

hiranchal ad1
Leave A Reply

Your email address will not be published.

one × five =