ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବକୁ ଅନୁମୋଦନ

0 99

ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି l

hiranchal ad1
Leave A Reply

Your email address will not be published.

5 + thirteen =