ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ପାଳିତ

0 380

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ବଜିତ ବେହେରା,ଚକାପାଦର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ନାରାୟଣ ନନ୍ଦ,ଶିକ୍ଷକ ଦିନବନ୍ଧୁ ହୋତା, ବଲସକୁମ୍ପା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ବେହେରା, ଶିକ୍ଷକ ଅଶୋକ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିବା ବେଳେ ଏଥିରେ ବାଲିଗୁଡ଼ା ବ୍ଲକ୍ ର ୧୮ ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ସଂସ୍କୃତ ଭାଷାରେ ବିଭିନ୍ନ ନାଟକ,ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସହ ପଦ୍ୟାବୃତ୍ତି,ଶ୍ଲୋକାବୃତ୍ତି, ବକୃତା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂସ୍କୃତ ଭାଷା ପ୍ରତ୍ୟେକ ଭାଷା ସହ ଜଡ଼ିତ । ସଂସ୍କୃତ ଭାଷା ଶାସ୍ତ୍ରୀୟତାର ଶ୍ରେଷ୍ଠ । ଏଣୁ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷା ଓ ସଂସ୍କୃତି ବିଷୟରେ ପାଠ ପଢ଼ାଇବାକୁ ତୃତୀୟ ଶ୍ରେଣୀରୁ ପଢ଼ାଇବା ଆବଶ୍ୟକ । ଯାହା ଫଳରେ ଆମ ଦେଶର ଭାଷା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଦେଶ ବିକାଶରେ ଶିକ୍ଷାର୍ଥୀମାନଙ୍କର ଗୁରୁତ୍ବ ରହିବ ବୋଲି କହିଛନ୍ତି ସମ୍ମାନୀତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ନନ୍ଦ । ବାରଖମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ବଜିତ୍ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିଥିଲେ ।

hiranchal ad1
Leave A Reply

Your email address will not be published.

12 + three =