ସରକାରଙ୍କ ତାଗିଦ୍, ଅମଲା କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

0 126

ଭୁବନେଶ୍ୱର:୧୫ ଦିନ ପରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ ରଖିବାକୁ ମଙ୍ଗଳବାର ନିଷ୍ବତ୍ତି ନେଇଛି ଅମଲା ସଂଘ। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତି ସୂଚନା ଦେଇଛନ୍ତି। ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ଆଜିଠୁ ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ରାଜ୍ୟ ସରକାର ପକ୍ଷରୁ ଆନ୍ଦୋଳନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଦୀର୍ଘ ୧୪ଦିନ ଧରି କ୍ୟାଡ୍‌ର ସଂଶୋଧନ ଓ ଦରମା ବୃଦ୍ଧି ଭଳି ୧୦ଦଫା ଦାବି ନେଇ ଧାରଣାରତ ରାଜସ୍ବ ଅମଲା କର୍ମଚାରୀଙ୍କ ଉପରେ ସୋମବାର ରାଜସ୍ବ ବିଭାଗର ଛାଟ ପଡ଼ିଥିଲା। ରାଜସ୍ବ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ଚିଠି ଲେଖାଯାଇ ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତା’ର ରିପୋର୍ଟ ଲୋଡ଼ାଯାଇଥିଲା।

hiranchal ad1
Leave A Reply

Your email address will not be published.

four × 4 =