ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ

0 138

ଭୁବନେଶ୍ୱର: ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଟୁଇନ୍‌ସିଟିରେ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି।

hiring

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସାଧାରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ସେପ୍ଟେମ୍ବରରେ ସାଧାରଣଠାରୁ ଅଧିକ ବର୍ଷା ହେବ, ଏବଂ ମାସ ଆରମ୍ଭ ସୁଦ୍ଧା ୧୦୭% ବର୍ଷା ହୋଇଛି, ଯାହା ସାଧାରଣଠାରୁ ୭% ଅଧିକ।

ସାଧାରଣତଃ ମୌସୁମୀ ସମୟରେ ୧୩ରୁ ୧୪ଟି ଲଘୁଚାପ ଓ ଅବପାତ ସୃଷ୍ଟି ହୋଇଥାଏ, କିନ୍ତୁ ଏଥର ୧୬ଟି ଲଘୁଚାପ ଓ ଅବପାତ ହେବାର ଆକଳନ ରହିଛି। ଲଘୁଚାପ ହେଲେ ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅଧିକ ବର୍ଷା ହେବ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆସନ୍ତାକାଲି ସୁଦ୍ଧା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଫଳରେ ରାଜ୍ୟର କିଛି ଜିଲାରେ ୨୦ ସେମିରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

hiranchal ad1
Leave A Reply

Your email address will not be published.

20 + ten =