ଭୁବନେଶ୍ୱର : ଚିନ୍ତା ବଢାଇଛି ସୁନା ଦାମ୍ । ନିୟମିତ ବଢି ଚାଲିଛି ଦର । ଗତକାଲି ୨୨ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୧୦ ତାରିଖରେ ପୁଣି ବଢିଛି ଦାମ୍ ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୦,୫୦୯ ଟଙ୍କା ରହିଛି । ଗତକାଲି ୧,୧୦,୨୯୦ ଟଙ୍କା ଥିଲା । ଏଥିରେ ୨୧୯ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୩୦୦ ଟଙ୍କା ରହିଛି । ଗତକାଲି ୧,୦୧,୧୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୨,୮୮୦ ଟଙ୍କା ରହିଛି । ଗତକାଲି ୮୨,୭୨୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୪,୦୦୦ ଟଙ୍କା ଥିଲା ।
