ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଂଜିତା ତ୍ରିପାଠୀ ଏବଂ ସେ ଡମ୍ବସରା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ବୋଲି ଜଣାପଡ଼ିଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ରଂଜିତାଙ୍କ ପରିବାରବର୍ଗ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏହା ହତ୍ୟା ନା ଆତ୍ମହତ୍ୟା ଘଟିଛି ଏହା ସଠିକ ତଦନ୍ତ କରିବା ପାଇଁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୃତ ରଂଜିତା ଡମ୍ବସରା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ କୌଣସି କାରଣବଶତଃ ଗତକାଲି ରଂଜିତାଙ୍କ ମୃତ୍ୟୁ ଘଟିଥିଲା। ସଂଗେ ସଂଗେ ପରିବାରବର୍ଗ ରଂଜିତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଗୁଣପୁର ପୁଲିସ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଆଇଆଇସି କେକେବିକେ କହଁର ପ୍ରକାଶ କରିଛନ୍ତି I
