ବୌଦ୍ଧ: ଶୁକ୍ରବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବୌଦ୍ଧ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ବରିଷ୍ଠ ବିଜେପି ନେତା ସତ୍ୟାନନ୍ଦ ପାଣ୍ଡେ, ସଞ୍ଜୀବ କୁମାର ମହାପାତ୍ର ମଞ୍ଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ନାରୟଣ ମହାପାତ୍ର ଯୋଗ ଦେଇ ଆସନ୍ତା 17 ତାରିଖ ଠାରୁ ଅକ୍ଟୋବର 2 ତାରିଖ ଯାଏଁ ପାଳିତ ହେବାକୁ ଥିବା ସେବା ପକ୍ଷ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରିଥିଲେ |
