ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ

0 110

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକର ୪ ଟି ଯୋନ୍ ଯଥା-ସୁଡ୍ରା,ବାଟାଗୁଡ଼ା,ସିପାଞ୍ଜିରି ଓ ବାଲିଗୁଡ଼ାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂସଦର ସମ୍ପାଦକ ଡଃ.ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାଟଖଣ୍ଡା ଉଚ୍ଚ ବିଦ୍ୟାପିଠର ପ୍ରଧାନ ଶିକ୍ଷୟିତ୍ରୀ ମାମି କୁମାରୀ ନାହାକ ଓ ବାଟାଗୁଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାରଣା ଯୋଗ ଦେଇଥିଲେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସିପାଞ୍ଜିରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗଙ୍ଗାଧର ପାତ୍ର କାର୍ଯ୍ୟ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ସୁଚାରୁରୂପେ ସମ୍ପାଦନା କରିଥିଲେ । ବ୍ଲକ୍ ସ୍ତରୀୟ କ୍ରୀଡ଼ାରେ କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + sixteen =