ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ

0 116

କଟକ: ଓଡ଼ିଶା ଲୋକସେବା  ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ ।  ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ । ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥାଏ ।  ଏହି ପରିପ୍ରେକ୍ଷୀରେ ଓପିଏସ୍‌ସି କର୍ମଚାରୀଙ୍କ କ୍ୟାଡର୍‌ ସଚିବାଳୟ କର୍ମଚାରୀଙ୍କ କ୍ୟାଡର ସହ ସମାନ ହେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।

hiring

ରାଜ୍ୟ ସରକାର ଓପିଏସ୍‌ସି କର୍ମଚାରୀଙ୍କ  କ୍ୟାଡର୍‌ ପୁନର୍ଗଠନ କ୍ଷେତ୍ରରେ ଆବଶ୍ୟକ  ପଦକ୍ଷେପ ନେବା ଆବଶ୍ୟକ ବୋଲି ହାଇକୋର୍ଟ  ପରାମର୍ଶ ଦେଇଛନ୍ତି । ଆଲୋକ ଚନ୍ଦ୍ର ମିଶ୍ର  ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର  ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ଦେଇଛନ୍ତି । ଆବେଦନକାରୀମାନେ ପିଟିସନ୍‌ରେ ଦର୍ଶାଇଥିଲେ  ଯେ, ରାଜ୍ୟ ସଚିବାଳୟ ସମେତ ରାଜ୍ୟପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ହାଇକୋର୍ଟ କର୍ମଚାରୀଙ୍କ  କ୍ୟାଡର ସମାନ କରାଯାଇଛି । ଜୁନିୟର୍‌ ଆସିଷ୍ଟାଣ୍ଟ  ଏବଂ ସିନିୟର ଆସିଷ୍ଟାଣ୍ଟଙ୍କୁ କ୍ୟାଡର ପୁନର୍ଗଠନ  କରାଯାଇ ଏଏସ୍‌ଓ ମାନ୍ୟତା ଦିଆଯାଇଛି । କିନ୍ତୁ ଓପିଏସ୍‌ସି କର୍ମଚାରୀଙ୍କୁ ଏହି ମାନ୍ୟତା  ଦିଆଯାଇନାହିଁ । ଓପିଏସ୍‌ସି ଏକ ସ୍ୱାଧୀନ ସଂସ୍ଥା  ହୋଇଥିବାରୁ ଏହାର କର୍ମଚାରୀଙ୍କୁ ସଚିବାଳୟ  କ୍ୟାଡର୍‌ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର  ମତ ଦେଇଥିଲେ । ଫଳରେ ଆବେଦନକାରୀମାନେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି  ମାମଲାର ଶୁଣାଣି କରି ଓପିଏସ୍‌ସି କର୍ମଚାରୀଙ୍କ  କ୍ୟାଡର ପୁନର୍ଗଠନ ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି  ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

8 + 12 =