ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

0 101

ଭୁବନେଶ୍ୱର: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏନେଇ ଚିଠି ଦେଇଛନ୍ତି।
ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା। ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଏହି ଅନାସ୍ଥା ଆଣିଛି। ଅନ୍ୟ ପଟେ ବିଜେଡିର ସମର୍ଥନ ପାଇଁ ନବୀନଙ୍କ ଚ୍ୟାମ୍ବରକୁ ଯାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଅନାସ୍ଥା ସଂପର୍କରେ ମୁଖ୍ୟ ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆମ ସହ କଂଗ୍ରେସ କୌଣସି ଆଲୋଚନା କରିନାହିଁ । ଏଣୁ ଆମେ ଆମର ପ୍ରସ୍ତାବ ଉଠାଇବୁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 − four =