ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମ୍‌ଦାର

0 233

ଭୁବନେଶ୍ୱର : ଅଭିଜିତ୍‌ ମଜୁମ୍‌ଦାରଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଦାଦା । ଏମ୍ସରୁ ଆସିଲା ବଡ ଖବର । ଦୀର୍ଘ ୧୪ଦିନ ପରେ ଗୁରୁବାର ଭେଣ୍ଟିଲେଟରରୁ ବାହାରିଲେ ଓଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଏଥିସହ ଗତକାଲି ଅଭିଜିତ୍‌ଙ୍କ ବ୍ରେନ୍‌ ଏମଆରଆଇ ହୋଇଥିବା ଭୁବନେଶ୍ୱର ଏମ୍‌ସ ପକ୍ଷରୁ ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍‌ରେ ସୂଚନା ଦିଆଯାଇଛି । ଅଭିଜିତ୍‌ ନିମୋନିଆ ସଂକ୍ରମଣରୁ ବି ଧୀରେଧୀରେ ମୁକ୍ତ ହେଉଥିବା ଏମ୍‌ସ ପକ୍ଷରୁ କୁହାଯାଇଛି ।

hiring

​​​​​​​ଅଭିଜିତ୍‌ଙ୍କ କିଡ୍‌ନୀ ଓ ଲିଭର ସ୍ଥିତିରେ ସୁଧାର ଆସିଛି । ଅଭିଜିତ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇସିୟୁ ଓ ଏକ୍‌ମୋ ସ୍ପେସାଲିଷ୍ଟ୍‌ ଡା. ଶ୍ରୀକାନ୍ତ ବେହେରା ଓ ତାଙ୍କ ଟିମ୍‌ ଦୃଷ୍ଟି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =