କରୋନା ସ୍ଥିତି ଅସମ୍ଭାଳ

0 72

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି । ଅସମ୍ଭାଳ ହୋଇଛି ସଂକ୍ରମଣ ଓ ମୃତ୍ୟୁ ସ୍ଥିତି । ଆଜି ସମଗ୍ର ଦେଶରେ ଦଶ ଲକ୍ଷ ୩ ହଜାର ୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ୭୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୫୬୦୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୩୪, ୯୫୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୪୭୩ ରହିଛି । ୨୪ ଘଣ୍ଟାରେ ୬୮୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୯୨ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୮ ଜଣ, ବିହାରରେ ୧୯୭ ଜଣ, ଚଣ୍ଡିଗଡରେ ୧୧ ଜଣ, ଛତିଶଗଡରେ ୨୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୪୫ ଜଣ, ଗୋଆରେ ୧୯ ଜଣ, ଗୁଜରାଟରେ ୨୦୮୯ ଜଣ, ହରିୟାଣାରେ ୩୨୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୨୨ ଜଣ, ଝାଡଖଣ୍ଡରେ ୪୨ ଜଣ, କର୍ଣ୍ଣାଟକରେ ୧୦୩୨ ଜଣ, କେରଳରେ ୩୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୮୯ ଜଣ, ମହାରାଷ୍ଟ୍ରରେ ୧୧୧୯୪ ଜଣ, ମେଘାଳୟରେ ୨ ଜଣ, ଓଡିଶାରେ ୭୯ ଜଣ, ପୁଦ୍ଦୁଚେରୀରେ ୨୨ ଜଣ, ପଞ୍ଜାବରେ ୨୩୦ ଜଣ, ରାଜସ୍ଥାନରେ ୫୩୮ ଜଣ, ତାମିଲନାଡୁରେ ୨୨୩୬ ଜଣ, ତେଲେଙ୍ଗାନାରେ ୩୯୬ ଜଣ, ତ୍ରିପୁରାରେ ୩ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୧୦୪୬ ଜଣ ଏବଂ ପଶ୍ଚମବଙ୍ଗରେ ୧୦୨୩ ଜଣ ।

hiranchal ad1
Leave A Reply

Your email address will not be published.

twenty + 6 =