ବାଲିଗୁଡ଼ା :ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଓ ସ୍ଵାତୀ ଏନଜିଓ ତରଫରୁ ବାଲିଗୁଡ଼ାରେ ଏଡ଼ସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । କାରାଗାରରେ ମୋଟ ୨୩୮ ଜଣ କଏଦୀ ଥିବାବେଳେ ୧୦୦ ରୁ ଉର୍ଦ୍ଧ୍ୱ କଏଦୀଙ୍କ ରକ୍ତ ନମୁନା ଲ୍ୟାବ ଟେକ୍ନିଶିଆନ୍ ଶ୍ରୀ ଉଲ୍ଲାସ ଚରଣ ସ୍ୱାଇଁ ସଂଗ୍ରହ କରିଛନ୍ତି । ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଥିବା ବିଏସଏଫ ଯବାନ ମାନଙ୍କ ରକ୍ତ ନମୁନା ସଂଗ୍ରହ ସହ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର hiv/ aids କାଉଁନସିଲର ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଚେତନତା ଓ ମାଗଣା ରକ୍ତ ପରୀକ୍ଷା ନିମନ୍ତେ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵାତୀ ଅନୁଷ୍ଠାନର ଶ୍ରୀମତୀ ସ୍ନେହଲତା ନାଏକ ଓ ଶ୍ରୀମତୀ ସୀତା ରଣା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।
