ଲେହରେ ସ୍ଥିତି ପରଖିଲେ ରାଜନାଥ

0 65

ନୂଆଦିଲ୍ଲୀ : ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି ।
ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ସିଂହଙ୍କ ସହ ଗସ୍ତରେ ଅଛନ୍ତି । ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍ନା ଫର୍ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇଥିଲେ । ଏହା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କର ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତ । ଆଜି ଦିନକ ସେ ଲଦାଖ ଗସ୍ତରେ ରହିବେ । ଆସନ୍ତାକାଲି ସେ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ । ସ୍ପର୍ଶକାତର ସେକ୍ଟର୍ରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି । ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ନିକଟରେ ଚାରି ଥର ଆଲୋଚନା କରି ସାରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =