ଚାଲିପାରୁନି ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ

0 106

ଭୁବନେଶ୍ବର: ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ। ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। 

hiring

ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନ। ଆଜି ବିଧାନସଭା ଆରମ୍ଭରୁ ହିଁ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ନାରାବାଜି ସହ ହୋହଲ୍ଲା କରିଥିଲେ। ଏଣେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ବିଜେଡି ବିଜେପି ଭାଇ ଭାଇ, ବିଧାନସଭା ଚଲାଇ ଦିଅନ୍ତି ନାହିଁ ପ୍ଲାଗ କାର୍ଡ ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ।

hiranchal ad1
Leave A Reply

Your email address will not be published.

nineteen + 5 =