ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

0 108

କଟକ : କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ କାରଣରୁ ଗତ ୮ ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ସେ ସୁସ୍ଥ ହୋଇଥିବା କହିଛନ୍ତି। ଏବେ ପାଇଁ ଖୁବ୍ କମ୍ କଥା ହେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଘରେ ରହି ନିୟମିତ ମେଡିସିନ୍ ଓ ରେଷ୍ଟ ନେଲେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେଇଯିବେ ବୋଲି ସୂଚନା ମିଳିଛି। ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ବୁଦ୍ଧାଦିତ୍ୟ ସୁସ୍ଥ ହୋଇଥିବା କହିଛନ୍ତି। ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାକାର ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି। 

hiranchal ad1
Leave A Reply

Your email address will not be published.

16 − four =