ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

0 141

ମୁମ୍ବାଇ : ଖୁବ୍‌ଶୀଘ୍ର ମା’ ହେବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ନିଜ ଗର୍ଭାବସ୍ଥାର ଫଟୋ ପୋଷ୍ଟ୍‌ କରି ଫ୍ୟାନ୍‌ଙ୍କୁ ସେ ଖୁସି ଖବର ଦେଇଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏକ କଳା-ଧଳା ଫଟୋ ପୋଷ୍ଟ୍‌ କରିଛନ୍ତି । ଏଥିରେ ସ୍ୱାମୀ ଭିକି କୌଶଲ ତାଙ୍କ ସହ ନଜର ଆସିଛନ୍ତି । ଫଟୋ ସହିତ କ୍ୟାଟ୍ରିନା କ୍ୟାପ୍‌ସନ ଲେଖିଛନ୍ତି ‘ଆମେ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ହୃଦୟ ଖୁସି ଓ କୃତଜ୍ଞତାରେ ଭରିଛି ।’

hiring

କ୍ୟାଟ୍ରିନାଙ୍କ ଗର୍ଭଧାରଣ ଖବର ଚଳିତ ମାସ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛି । କିଛି ସମୟ ପୂର୍ବରୁ ତାଙ୍କର ବେବି ବମ୍ପ ପ୍ରଦର୍ଶନ କରିବାର ଏକ ଫଟୋ ଭାଇରାଲ ହୋଇଥିଲା। ଯାହା ପରେ ଚର୍ଚ୍ଚା ଜୋର୍‌ ଧରିଥିଲା। ବର୍ତ୍ତମାନ ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। ଯାହାପରେ ଉଭୟଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଅନେକ ଗଣମାଧ୍ୟମରେ ଦାବି ହେଉଛି, ଆସନ୍ତା ଅକ୍ଟୋବର- ନଭେମ୍ବରରେ ସେ ମା’ ହୋଇପାରନ୍ତି । କିନ୍ତୁ ଉଭୟଙ୍କ ତରଫରୁ ଏ ବିଷୟରେ କିଛି ସୂଚନା ମିଳିନାହିଁ ।

hiranchal ad1
Leave A Reply

Your email address will not be published.

twelve + 12 =