ପୁରୀ-ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରୁ ଏହି ୨୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ସଦର ଥାନା ପୋଲିସ ଦ୍ବାରା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏହି ଦୁଇଜଣ ହେଲେ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍। ପୋଲିସ ଏମାନଙ୍କ ଠାରୁ ନଗଦ ୫ ହଜାର ୨ ଶହ ଟଙ୍କା ସହିତ ଚାରି ଚକିଆ ଯାନ, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।
