ସମ୍ବଲପୁର:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକା ଦିନକରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀ ସ୍ତବ୍ଧ ହୋଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ଜଣ କେବଳ ଭିମସାରରେ ଚିହ୍ନଟ ହୋଇଛନ୍ତି, ଏଣୁ ସେଠାରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏପର୍ଯ୍ୟନ୍ତ ଏହା ଗୋଟିଏ ଦିନର ସର୍ବାଧିକ ଚିହ୍ନଟ ସ°ଖ୍ଯା ରହିଛି । ଜିଲ୍ଲା ପ୍ରଶାସନ ପାଇଁ ସବୁଠାରୁ ଚିନ୍ତା ର ବିଷୟ ସୋଇଛି ଯେ ବର୍ତ୍ତମାନ ଗୋଷ୍ଠୀ ସ°କ୍ରମଣ ବଢୁଛି । ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ଚିକିତ୍ସା ଶିବିରମାନଙ୍କରେ ପଜିଟିଭ ଚିହ୍ନଟ ହେଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହୁଥିଲା, କିନ୍ତୁ ବର୍ତ୍ତମାନ ସ°କ୍ରମଣ ଗୁଡ଼ିକ ସମାଜ ଭିତରୁ ମିଳୁଛି, ଏଣୁ ସ୍ଥିତି ନିୟନ୍ତ୍ରଣରେ ରହିନାହିଁ । ଗୋଷ୍ଠୀ ସ°କ୍ରମଣ ଉପରେ ନିୟନ୍ତ୍ରଣ ରଖିବାକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଗୁଡିକ ଚିହ୍ନଟ କରୁଛି ଓ ନିୟମାନୁସାରେ ସେଗୁଡିକର ଚାରିପଟେ ବଫରଜୋନ ଘୋଷଣା କରାଯାଇଛି । ଗତକାଲି ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଓ ନଗରର ଘନ ଜନବସତି ମଝିରେ ସହଯୋଗ ନଗର ଠାରେ ସପ୍ତମ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇଛି ଓ ରାତି ଅଧରେ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି । ଏହାସହିତ ସମ୍ବଲପୁର ପୁରୁଣା ଜନବସତି ଅଞ୍ଚଳରେ ୩ଟି ଓ ଶିକ୍ଷାନଗରୀ ବୁର୍ଲାରେ ୪ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଯାଇଛି । ସ୍ଥିତି ର ଏପରି ଭୟାବହତା କୁ ଅନୁମାନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଶନିବାର ଓ ଆଗାମୀ କାଲି ରବିବାର ଦୁଇ ଦିନ ଧରି ସଟଡାଉନ ଘୋଷଣା କରାଯାଇଛି ଓ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ସ୍ଥାନେ ସ୍ଥାନେ ପୁଲିସ ବଳ ମୁତୟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post