ଏମସିଏଲ ତରଫରୁ ଝାରସୁଗୁଡା କୋଭିଡ ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

0 104

ସମ୍ବଲପୁର : କୋଲ ଇଣ୍ଡିଆ ଲିମିଟେଡ ଅଗ୍ରଣୀ ସହାୟକ କଂପାନୀ ମହାନଦୀ କୋଲଫିଲଡ୍ସ ଲିମିଟେଡ ପଶ୍ଚିମଓଡିଶାର ଝାରସୁଗୁଡା ଜିଲ୍ଲାର ବନ୍ଧବାହାରଠାରେ ୭୦ ଶଯ୍ୟା ବିଶିଷ୍ଟ ସମର୍ପିତ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଆଜି ଝାରସୁଗୁଡା ପ୍ରଶାସନ ସହିତ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି ।ଏମସିଏଲ୍‌ର ନିର୍ଦ୍ଦେଶକ(କାର୍ମିକ) କେଶବ ରାଓ ଏବଂ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଆଜି ଉକ୍ତ ଏମଓୟୁରେ ସ୍ୱାକ୍ଷରିତ କରିଛନ୍ତି । ଏହି କୋଭିଡ କେୟାର ସେଣ୍ଟରରେ କୋଭିଡ ସଂକ୍ରମିତ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । କୋଭିଡ ସଂକ୍ରମିତ ରୋଗୀମାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ଯଥା-ଔଷଧ, ଚିକିତ୍ସା ପାଇଁ ପରୀକ୍ଷା, ଖାଦ୍ୟ ଏବଂ ରହିବା ସୁବିଧା ଇତ୍ୟାଦି କଂପାନୀର ସିଏସ୍‌ଆର୍ ପାଣ୍ଠିରୁ ଖର୍ଚ୍ଚ କରାଯିବ । ମହାମାରୀ କରୋନା ବିରୁଦ୍ଧରେ ଲଢିବା ପାଇଁ କୋଇଲା ମନ୍ତ୍ରଣାଳୟ ଅଧିନ ଏମସିଏଲ, ଓଡିଶା ରାଜ୍ୟ ପ୍ରଶାସନକୁ ସର୍ବଦା ସମସ୍ତ ସହାୟତା ଯୋଗାଇ ଦେଇଆସିଛି ।

hiranchal ad1
Leave A Reply

Your email address will not be published.

three + sixteen =