ଏମଭି-୨୬ ଗାଁକୁ ଫେରିଛି ଶାନ୍ତି

0 34

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୨୬ ଗାଁକୁ ଫେରିଛି ଶାନ୍ତି। ଗୁରୁବାର ରାତିରେ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତ ପଦକ୍ଷେପ ବିଷୟରେ ଆରଡିସିଙ୍କୁ ଅବଗତ କରାଇଛନ୍ତି। ଆରଡିସି ଏବଂ ଜିଲ୍ଲାପାଳ ଏମଭି-୨୬ର ପୀଡ଼ିତମାନଙ୍କ ସହ ଆଲୋଚନା କରିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇଯିବ ବୋଲି ଆରଡିସି ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି। ଜିଲ୍ଲାପାଳ ଯେଉଁଭଳି ଭାବେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦାରଖ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ଆରଡିସି କହିଛନ୍ତି।

hiring

ଆରଡିସି କହିଛନ୍ତି ଯେ, ଏପରି ସ୍ଥିତିରେ ରାତିରେ ସମଗ୍ର ପ୍ରଶାସନ ଉପସ୍ଥିତ ରହି ଥଇଥାନ ବ୍ୟବସ୍ଥାକୁ ଯେଉଁଭଳି ଯତ୍ନ ସହକାରେ ତଦାରଖ କରୁଛନ୍ତି ତାହା ଏକ ବିରାଟ ଉପଲବ୍ଧି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେ ଏମଭି-୨୬ ଗାଁକୁ ଗସ୍ତ କରିଛନ୍ତି ଏବଂ ସମସ୍ତଙ୍କର ଯତ୍ନ ନିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି। ଆଜି ୨୦୬ ଜଣଙ୍କୁ ଟାରପଲିନ୍ ଓ କମ୍ବଳ ବଣ୍ଟନ କରାଯାଇଛି। ତା ସହିତ ପୀଡ଼ିତ ଗ୍ରାମବାସୀଙ୍କୁ ଦୁଇ ଗୋଟି ଖଟ ସାଙ୍ଗକୁ ଦୁଇ ଗୋଟି ବିଛଣା ଯୋଗାଇ ଦିଆଯାଇଛି। ଏମଭି-୨୬ ଗ୍ରାମର ପୁରୁଷ ସଦସ୍ୟମାନେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା କଥା ଜିଲ୍ଲାପାଳ ଆରଡିସିଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ବିଦ୍ୟୁତ୍ ସଂଯୋଗୀକରଣ ନିମନ୍ତେ ବିଦ୍ୟୁତ୍ ବିଭାଗ ତତ୍ପରତାର ସହ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଘରକୁ ସୁରକ୍ଷିତ ଭାବେ ବିଦ୍ୟୁତ୍ ସଂଯୋଗୀକରଣ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

3 × 5 =