ବାରରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ

0 43

ଭୁବନେଶ୍ବର: ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।
ସୂଚନା ଅନୁଯାୟୀ ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା ଏକ ବାର (ନୋ ଲିମିଟ୍)ରେ ଲାଗିଥିଲା ନିଆଁ। ବାରର ଉପରେ ଥିବା ଛାତରେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ଖବର ପାଇ କାଳ ବିଳମ୍ବ ନ କରି ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ। ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀଙ୍କ ସୂଚନା ଅନୁଯାୟୀ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି। ଏଥିଲାଗି ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ତେବେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।
ଏଣେ ଅଗ୍ନିକାଣ୍ଡର କାରଣ ଏଯାଏ ସାମ୍ନାକୁ ଆସିନାହିଁ। ତେଣେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାରରେ ଅଗ୍ନିଶମ ବିଭାଗର ଲାଇସେନ୍ସ ନଥିଲା କି ନିୟମ ମାନୁ ନଥିଲେ ବାର୍ ମାଲିକ।
ଏଣେ ଉକ୍ତ ବାରରେ ହୁକ୍କା ବାର୍ ଚାଲୁଥିଲା। ତାହାର ପ୍ରମାଣ ମିଳିଛି। ତେଣେ ଏହି ବାର୍‌କୁ ଲାଇସେନ୍ସ ଦିଆଯାଇନଥିଲା ବୋଲି ଅବକାରୀ ବିଭାଗରୁ ସୂଚନା ଦିଆଯାଇଛି। କେମିତି ବେଆଇନ୍ ଭାବେ ଏହି ବାର୍ ଚାଲୁଥିଲା, ତାହାର ଖୋଳତାଡ଼ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

hiranchal ad1
Leave A Reply

Your email address will not be published.

9 − 3 =