ସୀମାରେ ମୁତୟନ ହେବ ରାଫେଲ୍

0 72

ନୂଆଦିଲ୍ଲୀ: ଚୀନ୍ ଉପରେ ଭରସା ନଥିବାରୁ ଭାରତ ସୀମାରେ ତିନି ବାହିନୀକୁ ଏବେବି ସଜାଗ କରି ରଖିଛି । ଖୁବ୍ଶୀଘ୍ର ସୀମାରେ ରାଫେଲ୍ ଯୁଦ୍ଧ ବିମାନକୁ ମୁତୟନ କରାଯିବ । ଆଜି ବାୟୁସେନାର ବରିଷ୍ଠ ଅଧିକାରୀମାନଙ୍କର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଫେଲ୍ ବିମାନ ପ୍ରୟୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ସୀମାକୁ ଶତ ପ୍ରତିଶତ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କୌଣସି ପରିସ୍ଥିତିରେ ମଧ୍ୟ ସୀମା ସହ ସାଲିସ୍ କରାଯିବ ନାହିଁ ବୋଲି ଭାରତ ପୁନର୍ବାର ଚୀନ୍କୁ ଜଣାଇ ଦେଇଛି ।
ଭାରତୀୟ ବାୟୁ ସେନାର ଶୀର୍ଷ ଅଧିକାରୀମାନଙ୍କର ଆସନ୍ତା ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି । ବୈଠକରେ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଫୋକସ୍ରେ ରହିଛି । ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୋରିଆଙ୍କ ନେତୃତ୍ୱରେ ଶୀର୍ଷ କମାଣ୍ଡରମାନେ ଆସନ୍ତା ଜୁଲାଇ ୨୨ ତାରିଖରେ ହେବାକୁ ଥିବା ଦୁଇ ଦିନିଆ କନଫରେନ୍ସରେ ଯୋଗ ଦେବେ । ବୈଠକରେ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଭଦୋରିଆଙ୍କ ସହ ମୋଟ୍ ୭ ଜଣ କମାଣ୍ଡର ଇନ୍ ଚିଫ୍ ଏହି ବୈଠକରେ ଯୋଗ ଦେବେ । ବାୟୁସେନା ଏହାର ଅତ୍ୟାଧୁନିକ ବିମାନ ତଥା ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ମିଗ୍-୨୯ ଆଗୁଆ ଘାଟିରେ ମୁତୟନ କରିଛି । ଉପରୋକ୍ତ ବିମାନଗୁଡିକ ଉଭୟ ଦିନ ଏବଂ ରାତି ସମୟରେ ସୀମାରେ ପହରା ଦେଉଛନ୍ତି ।

hiranchal ad1
Leave A Reply

Your email address will not be published.

six − five =