ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି :ସୁପ୍ରିମ୍କୋର୍ଟ

0 77

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍କାଉଣ୍ଟର ମାମଲା ଉପରେ ଆଜି ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ଯେଭଳି ପ୍ରତିକ୍ରିୟା ରଖିଥିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି । ଆଜି ଶୁଣାଣି ବେଳେ ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସମସ୍ତ ତଥ୍ୟ ରଖିଥିଲେ । ଏନ୍କାଉଣ୍ଟର ଯଥାର୍ଥ ଥିଲା ଏବଂ ଦୁବେ ପାରୋଲରେ ଥିଲା ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ । ଏହାପରେ ପ୍ରଧାନ ବିଚାରପତି ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ ଯେ, ଦୁବେ ଜଣେ ମାମୁଲି ଅପରାଧୀ ନଥିଲା । ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି ବୋଲି ସେ ପ୍ରଶ୍ନ କରିବା ସହ ଏହା ସିଷ୍ଟମର ବିଫଳତାକୁ ଦର୍ଶାଉଛି ବୋଲି କହିଥିଲେ ।
ଏଥିରେ କେବଳ ଗୋଟିଏ ଘଟଣାର କଥା ନୁହେଁ ବରଂ ପୁରା ସିଷ୍ଟମ ଉପରେ ପ୍ରଶ୍ନ ଉଠୁଛି । ଦୋଷୀକୁ ଗିରଫ କରି ଟ୍ରାଏଲ ହୋଇ ଦଣ୍ଡ ମିଳିବାର ଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଉଲ୍ଲେଖଯୋଗ୍ୟ, ୟୁପି ସରକାର ଏନକାଉଣ୍ଟରର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ଜଜଙ୍କୁ ନେଇ ବିଚାର ବିଭାଗୀୟ ତଦନ୍ତ ଆୟୋଗ ଗଠନ କରିବାକୁ କଥା କହିଥିଲେ । କିନ୍ତୁ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଶୁଣାଣି ବେଳେ ତଦନ୍ତ ଆୟୋଗରେ ପରିବର୍ତ୍ତନ କଥା କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ହେବ । ୟୁପି ସରକାରଙ୍କ ପକ୍ଷରୁ ବିଚାରବିଭାଗୀୟ ତଦନ୍ତ ଉପରେ ଡ୍ରାଫ୍ଟ ନୋଟିଫିକେସନ ଉପସ୍ଥାପନ କରିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

four × two =