ଶସ୍ତା ହେବ କ୍ୟାନସର ଔଷଧ

0 81

ନୂଆଦିଲ୍ଲୀ : କ୍ୟାନସର ରୋଗୀଙ୍କୁ ମହଙ୍ଗା ଔଷଧରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ନନ୍-ସିଡ୍ୟୁଲ୍ଡ (ଅଣ-ଅନୁସୂଚିତ) କ୍ୟାନସର ଔଷଧ ଉପରେ ବ୍ୟବସାୟିକ ଲାଭ (ଟ୍ରେଡ ମାର୍ଜିନ୍ ) ୩୦% ଭିତରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ କିଛି କ୍ୟାନ୍ସର ଔଷଧର ମୂଲ୍ୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବ । ଚଳିତମାସ ଶେଷବେଳକୁ ଏହା ଲାଗୁ ହେବ । ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ କ୍ୟାନ୍ସରର ସେହିସବୁ ଔଷଧ ଉପରେ ପଡିବ ଯାହାର ମୂଲ୍ୟକୁ ନେଇ ପ୍ରସ୍ତୁତକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିତରକ ଓ ଖୁଚୁରା ବିକ୍ରେତାଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ତରରେ ବଡ଼ ଲାଭ ଦେଖିବାକୁ ମିଳିଥାଏ ।

hiring

ସରକାରଙ୍କ ଏହି ନିଷ୍ପତ୍ତି କୌଣସି ଗୋଟିଏ କ୍ୟାନ୍ସର ଔଷଧ ଉପରେ ସୀମିତ ରହିବ ନାହିଁ । ଅନେକ ବ୍ରାଣ୍ଡେଡ ଓ ଜେନେରିକ, ଅନୁସୂଚିତ ଓ ଅଣ-ଅନୁସୂଚିତ ଏବଂ ପ୍ୟାଟେଣ୍ଟ ଓ ଅଣପ୍ୟାଟେଣ୍ଟଯୁକ୍ତ କ୍ୟାନସର ନିରୋଧୀ ଔଷଧ ଏହାର ପରିସରକୁ ଆସିବ । ସେହିଭଳି ଭାରତରେ ପ୍ରସ୍ତୁତ ଔଷଧ ସହିତ ବିଦେଶରୁ ଆସୁଥିବା ଔଷଧ ମଧ୍ୟ ଏହାର ପରିସରକୁ ଆସିବ ।

hiranchal ad1
Leave A Reply

Your email address will not be published.

six + 3 =