ନଭେମ୍ବର ୧ରୁ ପୁଣି ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

0 125

ବାରିପଦା/ବୈଶିଙ୍ଗା: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର) ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ପୁଣି ଖୋଲିବ ବୋଲି ଏସଟିଆର ପକ୍ଷରୁ କୁହାଯାଇଛି।
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ ଓ ଜୈବବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ। ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ନିୟମାବଳୀ ଜାରି ହୋଇଛି। ଶିମିଳିପାଳ ଖୋଲିବା ଖବର ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।

hiranchal ad1
Leave A Reply

Your email address will not be published.

eighteen + 18 =