୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ

0 68

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ ୬ଟି ସ୍ବତନ୍ତ୍ର ଦିନରେ ଛୁଟି ବାଦ୍‌ ଦେଇ ମୋଟ ୨୯ଟି ସରକାରୀ ଛୁଟି ଦିବସ ରହିଛି। ଏହି ୬ଟି ସ୍ବତନ୍ତ୍ର ଦିବସ ଭିତରୁ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ, ସ୍ବାଧୀନତା ଦିବସ, ନୂଆଖାଇ, ବିଜୟା ଦଶମୀ, ରାହାସ ପୂର୍ଣ୍ଣିମା ଏବଂ ବଡଦିନ ୪ର୍ଥ ଶନିବାର ଓ ରବିବାର ଛୁଟି ଦିନରେ ପଡୁଥିବାରୁ ତାଲିକାରୁ ବାଦ୍‌ ଦିଆଯାଇଛି। ତେବେ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୨୯ରେ ଦୀପାବଳିରେ ସରକାରୀ ଛୁଟି ତାଲିକା ଶେଷ ହୋଇଛି।
ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ, ଫେବୃଆରୀ ୧୧ରେ ବସନ୍ତ ପଞ୍ଚମୀ, ମାର୍ଚ୍ଚ ୬ରେ ମହାଶିବରାତ୍ରି, ୧୦ରେ ଇଦ୍‌-ଉଲ୍‌-ଫିତର, ୨୨ରେ ଦୋଳପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ୍‌ ଫ୍ରାଇଡେ ପାଇଁ ଛୁଟି ରହିଛି। ସେହିପରି ଏପ୍ରିଲ ୧ରେ ଓଡ଼ିଶା ଦିବସ, ୧୪ରେ ମହାବିଷୁବ ସଂକ୍ରାନ୍ତି ତଥା ଡ. ବି.ଆର୍‌. ଆମ୍ବେଡ଼କର ଜୟନ୍ତୀ ଏବଂ ୧୫ରେ ଶ୍ରୀରାମ ନବମୀ ଛୁଟି ରହିଛି। ମେ’ ୧୭ରେ ଇଦ୍‌-ଉଜ୍‌-ଜୁହା, ୨୦ରେ ବୁଦ୍ଧ ଜୟନ୍ତୀ, ବୈଶାଖ ପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ ଅବସରରେ ଛୁଟି ରହିବ। ଜୁନ୍‌ ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ ଏବଂ ଜୁଲାଇ ୫ରେ ରଥଯାତ୍ରା, ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି ରହିବ। ସେହିପରି ସେପ୍ଟେମ୍ବର ୪ରେ ଗଣେଶ ପୂଜା, ୬ରେ ନୂଆଖାଇ, ୩୦ରେ ମହାଳୟା, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରୁ ୮ ପର୍ଯ୍ୟନ୍ତ ଦୁର୍ଗାପୂଜା (ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ), ୧୫ରେ କୁମାର ପୂର୍ଣ୍ଣିମା ଏବଂ ୨୯ରେ ଦୀପାବଳି ଛୁଟି ରହିଛି।

hiranchal ad1
Leave A Reply

Your email address will not be published.

3 × 1 =