କମାଣ-ନିରୋଧୀ କ୍ଷେପଣାସ୍ତ୍ର “ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷା

0 80

ନୂଆଦିଲ୍ଲୀ : କମାଣକୁ ପ୍ରତିହତ କରିପାରିଲା ଭଳି ଭାରତର କ୍ଷେପଣାସ୍ତ୍ର “ଧ୍ରୁବାସ୍ତ୍ର’ର ଆଜି ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଇଣ୍ଟେରିନ୍ ଟେଷ୍ଟ ରେଞ୍ଜରେ ହୋଇଥିବା ଏହି ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି । ଗତ ୧୫ ଓ ୧୬ ତାରିଖରେ ଏହାର ହେଲିକପ୍ଟର ଲଞ୍ଚ୍ ନାଗ୍ କ୍ଷେପଣାସ୍ତ୍ର ହେଲିନାର ପ୍ରତ୍ୟକ୍ଷ ଓ ଊଦ୍ଧ୍ୱର୍ମୂଖୀ ଆକ୍ରମଣ ଶୈଳୀର ପରୀକ୍ଷା କରାଯାଇଥିଲା । ତାହା ହେଲିକପ୍ଟର ବିନା ହୋଇଥିଲା । ହେଲିନା ହେଉଛି ଫାୟାର୍ ଆଣ୍ଡ ଫର୍ଗେଟ୍ ଶ୍ରେଣୀର କମାଣ-ନିରୋଧୀ କ୍ଷେପଣାସ୍ତ୍ର ସିଷ୍ଟମ । ଯାହାକୁ ଆଧୁନିକ ହାଲ୍କା ହେଲିକପ୍ଟରରେ ରଖାଯାଇପାରିବ । ଏହା ସବୁ ପ୍ରକାର ପାଗରେ କାର୍ଯ୍ୟ କରିପାରିବ । ଦିନ କିମ୍ବା ରାତିରେ ଏହାକୁ ନିକ୍ଷେପ କରାଯାଇପାରିବ । ଶତ୍ରୁପକ୍ଷର କମାଣକୁ ଧ୍ୱଂସ କରିବାର କ୍ଷମତା ଏହାର ରହିଛି । “ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷା ହୋଇଥିବାରୁ ଭାରତର ପ୍ରତିରକ୍ଷା କ୍ଷେତ୍ର ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

twelve − six =