ରେସଲିଂ କ୍ୟାମ୍ପ୍ ପାଇଁ ସାଇର ମନୋନିବେଶ

0 88

ନୂଆଦିଲ୍ଲୀ : କୋଭିଡ-୧୯ ଭୟାବହତା ପରେ ଏବେ ସ୍ଥିତିରେ ଉନ୍ନତି ଆସୁଛି । ଏହାର ସୁଯୋଗରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ମିଳିତଭାବେ ଟପ୍ ରେସଲରମାନଙ୍କର କ୍ୟାମ୍ପ ଆୟୋଜନ ଲାଗି ମନୋନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ଏହି କ୍ୟାମ୍ପ ଲାଗି ଠିକ୍ ସମୟ ହେବ ବୋଲି ଆଶା କରାଯାଉଛି । ହାଇକୋର୍ଟ ୫୭ଟି କ୍ରୀଡ଼ାସଂଘ ଉପରୁ ସ୍ୱୀକୃତି ପ୍ରତ୍ୟାହାର କରିନେବା ପରେ ସାଇ ଏବେ ଇଣ୍ଡିଭିଜୁଆଲ ଗେମ୍ସର କ୍ୟାମ୍ପ ଉପରେ ଗୁରୁତ୍ୱ ଦେଉଛି । ପ୍ରାଥମିକ ପର୍ଯ୍ୟାୟରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିବା ରେସଲରମାନଙ୍କୁ ନେଇ ଏହି କ୍ୟାମ୍ପ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଅନ୍ୟମାନଙ୍କୁ ମଧ୍ୟ ସାମିଲ କରାଯିବ । ଏଥିଲାଗି ଏକ ତାରିଖ ଠିକ୍ କରିବାକୁ ସାଇ ଓ ଫେଡେରେସନ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଅଗଷ୍ଟ ପ୍ରଥମ ସପ୍ତାହରେ କୌଣସି ଏକ ତାରିଖରେ ଏହା ଆରମ୍ଭ ହେବ । ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ବିନୋଦ ତୋମାରଙ୍କ କହିବା ଅନୁଯାୟୀ ଏହି କ୍ୟାମ୍ପ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ । ପୁରୁଷ ରେସଲରମାନଙ୍କ ଲାଗି ହରିଆଣାର ସୋନିପତ ଓ ମହିଳାଙ୍କ ଲାଗି ୟୁପିର ଲକ୍ଷେ୍ନøରେ କ୍ୟାମ୍ପ ଆୟୋଜିତ ହେବ । ଏବେ ଶୀର୍ଷ ରେସଲରମାନେ ବିଭିନ୍ନ ସ୍ଥାନରେ ଏକା ଏକା ଅଭ୍ୟାସ କରୁଛନ୍ତି । କିନ୍ତୁ ସେଥିରେ ବିଶେଷ କିଛି ଉନ୍ନତି ହେଉ ନଥିବାରୁ କ୍ୟାମ୍ପ ଆୟୋଜନ ଉପରେ ଗୁରୁତ୍ୱ ଦେଇଛନ୍ତି । ବାୟୋ ସୁରକ୍ଷା ପରିବେଶ ମଧ୍ୟରେ କ୍ୟାମ୍ପ କିପରି ଆରମ୍ଭ ହୋଇ ପାରିବ ତାହାକୁ ନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି । ଏହାକୁ ସାଇ କାର୍ଯ୍ୟକାରୀ କରିବ । ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମକୁ ମଧ୍ୟ ଟ୍ରେନିଂ ଲାଗି ବାଧ୍ୟତାମୂଳକ କରାଯିବ । ଟପ୍ ରେସଲରଙ୍କ ମଧ୍ୟରୁ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ବଜରଙ୍ଗ ପୁନିଆ ତାଙ୍କ ଟ୍ରେନିଂ ପାର୍ଟନର ଜିତେନ୍ଦରଙ୍କ ସହ କର୍ଣ୍ଣାଟକର ଇନ୍ସ୍ପାୟାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସରେ, ଡବଲ ଅଲିମ୍ପିକ୍ ମେଡାଲିଷ୍ଟ ସୁଶୀଲ କୁମାର, ୨୦୧୯ ୱାର୍ଲ୍ଡ ଚାମ୍ପିଅନଶିପ୍ ମେଡାଲିଷ୍ଟ ଦୀପକ ପୁନିଆ ଓ ରବି କୁମାର ଦହିୟା ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍ରେ ଟ୍ରେନିଂ କରୁଛନ୍ତି । ନିକଟରେ ଆଉ କୌଣସି ୱାର୍ଲ୍ଡ ଚାମ୍ପିଅନଶିପ୍ ନଥିବାରୁ ଏବେ ନ୍ୟାସନାଲ କ୍ୟାମ୍ପର ଆବଶ୍ୟକତା ନାହିଁ । ସର୍ବିଆର ବେଲ୍ଗ୍ରେଡ୍ରେ ଡିସେମ୍ବରରେ ୧୨ରୁ ୨୦ ଯାଏ ହେବାକୁ ଥିବା ୱାର୍ଲ୍ଡ ଚାମ୍ପିଅନଶିପ୍ ଆୟୋଜନ ହେବାର ଆଶା କମ୍ ରହିଥିବାରୁ ଜାତୀୟ କ୍ୟାମ୍ପ୍ର ଆବଶ୍ୟକତା ନାହିଁ ବୋଲି ତୋମାର କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 1 =