ମାସ୍କ ନପିନ୍ଧିଲେ ଲକ୍ଷେ ଜୋରିମାନା

0 113

ରାଞ୍ଚି: କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଲାଗି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଉଲ୍ଳଙ୍ଘନ କ୍ଷେତ୍ରରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି । କେତେକ ରାଜ୍ୟରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ଥିବା ବେଳେ ଆଉ କେତେକ ରାଜ୍ୟରେ ଦୁଇ ହଜାରରୁ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନାର ଦଣ୍ଡ ରହିଛି । ତେବେ ଏ କ୍ଷେତ୍ରରେ ଓଡ଼ିଶାର ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ସମସ୍ତଙ୍କୁ ଅତିକ୍ରମ କରି ଚର୍ଚ୍ଚାକୁ ଆସିଛି । ଝାଡ଼ଖଣ୍ଡ ସରକାର ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରିବା ଲାଗି ଏଭଳି ବ୍ୟବସ୍ଥା କରିଛନ୍ତି, ଯାହା ସମସ୍ତଙ୍କୁ ଚକ୍କିତ କରିଛି । ରାଜ୍ୟରେ ଯେଉଁମାନେ ମାସ୍କ ନପିନ୍ଧିବେ ସେମାନେ ଲକ୍ଷେ ଟଙ୍କାର ଜୋରିମାନା ଦେବେ, ତା’ସହ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ମଧ୍ୟ ଭୋଗିବେ ।
ଝାଡଖଣ୍ଡ କ୍ୟାବିନେଟ ବୁଧବାର ଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ସେହିପରି ଲକଡାଉନ ନିୟମ ଉଲ୍ଲଙ୍ଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । ସୂଚନାଯୋଗ୍ୟ, ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୩୦ ହଜାର ନିକଟବର୍ତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

fourteen − five =