ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ଏବେ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି ହେଉଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୪୯ ହଜାର ୩୧୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଆଉ ୭୪୦ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟ ୩୦ ହଜାର ୬୦୧କୁ ବୃଦ୍ଧି ପାଇଛି । ବର୍ତ୍ତମାନସୁଦ୍ଧା ୮ ଲକ୍ଷ ୧୭ ହଜାର ୨୦୮ଜଣ ସୁସ୍ଥ ହୋଇଚନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୦ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡରେ ୧୩ ଜଣ, ଛତିଶଗଡରେ ୩୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୪୫ ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୫୨ ଜଣ, ହରିୟାଣାରେ ୩୭୮ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୮୨ ଜଣ, ଝାଡଖଣ୍ଡରେ ୬୭୨ ଜଣ, କର୍ଣ୍ଣାଟକରେ ୧୬୧୬ ଜଣ, କେରଳରେ ୫୦ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୮୦ ଜଣ, ମହାରାଷ୍ଟ୍ରରେ ୧୨୮୫୪ ଜଣ, ମେଘାଳୟରେ ୪ ଜଣ, ଓଡିଶାରେ ୧୧୪ ଜଣ, ପୁଦ୍ଦୁଚେରୀରେ ୩୪ ଜଣ, ପଞ୍ଜାବରେ ୨୭୭ ଜଣ, ରାଜସ୍ଥାନରେ ୫୯୪ ଜଣ, ତାମିଲନାଡୁରେ ୩୨୩୨ ଜଣ, ତେଲେଙ୍ଗାନାରେ ୪୪୭ ଜଣ, ତ୍ରିପୁରାରେ ୧୦ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୨୮୯ ଜଣ ଏବଂ ପଶ୍ଚମବଙ୍ଗରେ ୧୨୫୫ ଜଣ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post