ମନ୍ କୀ ବାତ୍ ରେ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

0 67

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିକାଶ କ୍ଷେତ୍ରରେ ନୂଆ ଉଚ୍ଚତା ଆଡକୁ ଗତି କରୁଛି । ଏହାକୁ ଅଧିକ ସଫଳ କରିବା ପାଇଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ପ୍ରତ୍ୟେକ ନାଗରିକ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ । ଆଜି ନିଜର ନିୟମିତ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । ଆଗକୁ ରାକ୍ଷାବନ୍ଧନ ଆସୁଥିବା ବେଳେ ଏ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଛୋଟ ଗାଁରୁ ବା ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ବଡ ବଡ ସଫଳତା ହାସଲ କରିଥିବା ଏବଂ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସେ ପୁଣି କହିଛନ୍ତି ଯେ, ୨୧ବର୍ଷ ପୂର୍ବେ ଏହି ଦିନରେ ଆମର ସେନା କାର୍ଗିଲ ଯୁଦ୍ଧରେ ଜିତିଥିଲେ । ଭାରତ ସେତେବେଳେ ପାକିସ୍ତାନ ସହ ଆନ୍ତରିକ ଭାବେ ସୁସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲା କିନ୍ତୁ କୁହାଯାଏ ଯେ ବିନା କାରଣରେ ସମସ୍ତଙ୍କ ସହ ଶତ୍ରୁତା କରିବା ଦୁଷ୍ଟମାନଙ୍କ ସ୍ୱଭାବ । ପାକିସ୍ତାନ ଠିକ୍ ତାହା ହିଁ କରିଥିଲା । କିନ୍ତୁ ଆମର ବୀର ଯବାନମାନେ ସେମାନଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ । ଆଜିର ଦିନରେ ଦେଶବାସୀ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବିଜୟ ଗାଥା ବିଷୟରେ ପଢ଼ନ୍ତୁ ଏବଂ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦେଶରେ କରୋନା ସ୍ଥିତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆମ ଦେଶରେ କୋଭିଡ-୧୯ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ । ଆମ ଦେଶରେ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଅଟେ । ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ, କିନ୍ତୁ କରୋନାଭାଇରସର ବିପଦ ଏ ପର୍ଯ୍ୟନ୍ତ ଟଳିନାହିଁ । ଏହା ଦେଶର ଅନେକ କ୍ଷେତ୍ରରେ ଦ୍ରୁତ ଗତିରେ ବ୍ୟାପୁଛି, ଆମକୁ ସଜାଗ ରହିବା ଆବଶ୍ୟକ । ଲକଡାଉନ ନିୟମ କୋହଳ ହୋଇଥିବା ବେଳେ ଏବେ ଆମେ ସତର୍କ ରହିଲେ କରୋନାକୁ ହରାଇ ପାରିବା ।

hiranchal ad1
Leave A Reply

Your email address will not be published.

four × 3 =