ସନ୍ତ୍ରାସବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

0 79

ନୂଆଦିଲ୍ଲୀ : ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଅଯୋଧ୍ୟା ସହରରେ ଏକ ବଡ଼ ଧରଣର ହମ୍‌ଲା କରିପାରନ୍ତି । ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌ ବା “ର’ ପକ୍ଷରୁ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି । “ର’ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏହି ଆକ୍ରମଣ ଲାଗି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ସଂଗଠନର କିଛି ଆତଙ୍କବାଦୀ ଏଥିଲାଗି ଆଫଗାନିସ୍ତାନରେ ତାଲିମ ନେଉଛନ୍ତି ।
ଆଇଏସଆଇ ଅଯୋଧ୍ୟାରେ ଏହି ଆକ୍ରମଣ ଲାଗି ୩ରୁ ୫ଟି ଦଳ ଗଠନ କରାଯାଇଛି । ଏପରି ଆକ୍ରମଣ କରିବାକୁ କୁହାଯାଇଛି ଯେପରିକି ଏହା ଭାରତରେ ଥିବା କୌଣସି ଗୋଷ୍ଠୀ ଆକ୍ରମଣ ଘଟାଇଛନ୍ତି । ଏହି ଆକ୍ରମଣ ବେଳେ ଭିଆଇପି ମାନଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି । ଯେପରିକି ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେବ । ଏହି ଗୁଇନ୍ଦା ରିପୋର୍ଟ ଆସିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ଭୂମିପୂଜନ କରିବେ । ଇତି ମଧ୍ୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭୂମିପୂଜନ ଦିନ ଭାରତରେ ବଡ ଧରଣର ଆତଙ୍କୀ ହମଲା କରିବାକୁ ଷଡଯନ୍ତ୍ର କରିଛି । ଆଇଏସଆଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବାପରେ ଭାରତକୁ ପଠାଇଛି । ଏହି ଷଡଯନ୍ତ୍ରର ଖୁଲାସା ପରେ ସୁରକ୍ଷା ସଂସ୍ଥା ସତର୍କ ହୋଇଯାଇଛନ୍ତି । ଆଇଏସଆଇ ଲସ୍କର-ଇ-ତୋଇବା ଓ ଜୈସ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ବିଶେଷ ଆତଙ୍କୀ ହମଲା ପାଇଁ ଟ୍ରେନିଂ ଦେଇଥିବା କୁହାଯାଉଛି । ଭାରତର ସବୁଠାରୁ ବଡ ଗୁଇନ୍ଦା ସଂସ୍ଥା “ର’କହିଛି ଯେ, ଆଇଏସଆଇ ୩ରୁ ୫ ଆତଙ୍କବାଦୀ ଭାରତକୁ ପଠାଇଛି । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଏହି ଆତଙ୍କବାଦୀ ଟାର୍ଗେଟ କରିଛନ୍ତି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

5 × 4 =