ଦେଶରେ ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫

0 77

ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜିର ଦୈନିକ ସଂକ୍ରମଣ କମ୍‌ ରହିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୬୫୪ କରୋନା ରୋଗୀଙ୍କର ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୭୪୩ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି । ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ୍‌ ରହିଛି । ଗତକାଲି ଦେଶରେ ସର୍ବାଧିକ ୪୯,୯୩୧ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ଜଣଙ୍କର ମୃତ୍ୟୁ ଘଟିଥିଲା ।
ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ କୋଭିଡ୍‌ ଭାଇରସ୍‌ ବିଶେଷ ଭାବେ ପ୍ରଭାବିତ କରିଥିବା ଦେଶଗୁଡିକ ମଧ୍ୟରୁ ତୃତୀୟ ସ୍ଥାନରେ ରହିଛି ଭାରତ । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ଦିଗରେ ମଧ୍ୟ ଭାରତ ଆଗରେ ରହିଛି । ଗତ ୧ ସପ୍ତାହ ମଧ୍ୟରେ ଦେଶରେ ଲଗାତର ଭାବେ ପ୍ରତିଦିନ ୪୦ ହଜାରରୁ ଊଦ୍ଧ୍ୱର୍୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆମେରିକାରେ ଦିନକୁ ପ୍ରାୟ ୫୦ରୁ ୫୫ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭାରତ ଏ କ୍ଷେତ୍ରରେ ପ୍ରାୟ ଆମେରିକା ପାଖାପାଖି ରହିଛି ।

hiranchal ad1
Leave A Reply

Your email address will not be published.

2 + 10 =