ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ନିୟନ୍ତ୍ରିତ ହେଉନାହିଁ । ଦୈନିକ ସଂକ୍ରମଣ ପୂର୍ବ ପରି ପ୍ରତିଦିନ ୪୦ ହଜାରରୁ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୮ ହଜାର ୫୫୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୩୧ ହଜାର ୬୬୯ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୭୬୮ଜଣ ପ୍ରାଣ ହରାଇଥିବାରୁ ମୋଟ ମୃତ୍ୟୁସଂଖ୍ୟା ୩୪ ହଜାର ୧୯୩କୁ ବୃଦ୍ଧି ପାଇଛି । ଏବେ ଦେଶରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୨୯ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୧ ଜଣ, ଆନ୍ଧ୍ରପ୍ରଦେଶରେ ୧୧୪୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୮୮ ଜଣ, ବିହାରରେ ୨୬୯ ଜଣ, ଚଣ୍ଡିଗଡରେ ୧୪ ଜଣ, ଛତିଶଗଡରେ ୪୬ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୮୧ ଜଣ, ଗୋଆରେ ୩୬ ଜଣ, ଗୁଜରାଟରେ ୨୩୭୨ ଜଣ, ହରିୟାଣାରେ ୪୦୬ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୩୩ ଜଣ, ଝାଡଖଣ୍ଡରେ ୮୯ ଜଣ, କର୍ଣ୍ଣାଟକରେ ୨୦୫୫ ଜଣ, କେରଳରେ ୬୭ ଜଣ, ଲଦାଖରେ ୬ ଜଣ, ମଧ୍ୟପ୍ରଦେଶରେ ୮୩୦ ଜଣ, ମହାରାଷ୍ଟ୍ରରେ ୧୪୧୬୫ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍ରେ ୫ଜଣ, ଓଡିଶାରେ ୧୫୪ ଜଣ, ପୁଦ୍ଦୁଚେରୀରେ ୪୭ ଜଣ, ପଞ୍ଜାବରେ ୩୩୬ ଜଣ, ରାଜସ୍ଥାନରେ ୬୪୪ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୬୫୯ ଜଣ, ତେଲେଙ୍ଗାନାରେ ୪୮୦ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୦ ଜଣ, ଉତ୍ତରପ୍ରଦେଶରେ ୧୪୯୭ ଜଣ ଏବଂ ପଶ୍ଚମବଙ୍ଗରେ ୧୪୪୯ ଜଣ ।
Sign in
Sign in
Recover your password.
A password will be e-mailed to you.
Prev Post