ନୂଆଦିଲ୍ଲୀ : କରୋନା ଭୂତାଣୁର ପ୍ରଭାବକୁ ନେଇ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ ହୃଦରୋଗୀଙ୍କ ପାଇଁ କରୋନା କାଳ ସଦୃଶ ହୋଇଛି । ଯେଉଁମାନେ ଏହି ଭୂତାଣୁରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କଠାରେ ହୃଦରୋଗ ସମସ୍ୟା ବହୁମାତ୍ରାରେ ବଢ଼ୁଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି ।
ଏହି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, କୋଭିଡ୍-୧୯ ଭୂତାଣୁ କେବଳ ଫୁସଫୁସ୍ ନୁହଁ ମନୁଷ୍ୟର ସବୁଠାରୁ ଜଟିଳ ତଥା ଜରୁରୀ ଅଙ୍ଗ ହୃଦୟକୁ ସଂକ୍ରମିତ କରୁଛି । ଏନେଇ ଅଧିକ ଅନୁଧ୍ୟାନ ଜାରି ରହିଛି । ତେଣୁ ଏ ସଂପର୍କରେ ଅଧିକ ରିପୋର୍ଟ ଆଗକୁ ଆସିବା ବାକି ରହିଛିା ଏହା ପୂର୍ବରୁ କରୋନା ଫୁସଫୁସ ପରିବର୍ତ୍ତେ ଲୋକଙ୍କ ପେଟକୁ ସଂକ୍ରମିତ କରୁଥିବା ଖବର ସାମ୍ନାକୁ ଆସିଥିଲା, ଯାହାଦ୍ୱାରା ରୋଗୀଙ୍କ ମଧ୍ୟରେ ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ଲକ୍ଷଣ ଦେଖା ଦେଉଥିବା ଖବର ସାମ୍ନାକୁ ଆସିଥିଲା । ଏ ନେଇ ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ଡାକ୍ତରଖାନାର ଡାକ୍ତରମାନେ କହିଥିଲେ ।