ବୌଦ୍ଧ,୧/୮ – ଆଜି ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଂଚାୟତର କମଳପୁର୍ ଗ୍ରାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗ୍ରାମ ଓ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ତେଲିବନ୍ଧ ସରପଞ୍ଚ ନଳିନୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୩. ୮. ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କମଳପୁର୍ ଗ୍ରାମବାସୀ ଘରୁ ବାହାରକୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଗୋଟିଏ ସ୍ଥାନରେ ଠୁଳ ନ ହେବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପୁର୍ବରୁ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଓ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।