Browsing Category

ଦେଶ- ବିଦେଶ

ଗାଈଙ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ଏହି ରାଜ୍ୟ

ମଥୁରା: ସାଙ୍ଘାତିକ ରୋଗରେ ପୀଡ଼ିତ ଗାଈମାନଙ୍କ ପାଇଁ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ କରିବା ଲାଗି ଉତ୍ତର ପ୍ରଦେଶ ସରକାର ସମସ୍ତ ପ୍ରସ୍ତୁତି କରିଥିବା କଥା ରବିବାର ଦିନ ରାଜ୍ୟ ଦୁଗ୍ଧଜାତ ସାମଗ୍ରୀ ବିକାଶ, ପ୍ରାଣୀ ପାଳନ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ କହିଛନ୍ତି।ଦେଶରେ
Read More...

ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ପାଟଣା: ବିହାରରେ ନିଖୋଜ ହୋଇଥିବା ଜଣେ ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ବିହାରର ମଧୁବନି ଜିଲ୍ଲାରେ ଚାରି ଦିନ ତଳେ ୨୨ ବର୍ଷ ବୟସ୍କ ସାମ୍ବାଦିକ ତଥା ସୂଚନା ଅଧିକାରୀ କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝା ନିଖୋଜ ହୋଇ ଯାଇଥିଲେ । ରାଜ୍ୟରେ ଚାଲିଥିବା
Read More...

ଗୋଟିଏ ପରିବାର ଚାରିଜଣଙ୍କୁ ହତ୍ୟା କଲେ ମାଓବାଦୀ, ବୋମାରେ ଉଡାଇଲେ ଘର

ପାଟନା : ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଛନ୍ତି । ମାଓବାଦୀମାନେ ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଖାଲରେ ଫାଶୀ ଦେଇଥିଲେ । ନିହତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ
Read More...

୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ
Read More...

ସିଡିଏସ ବିପିନ ରାୱତ କହିଲେ ଦେଶର ଏକ ନମ୍ବର ଶତ୍ରୁ ଦେଶର ନାମ

ନୂଆଦିଲ୍ଲୀ : ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ
Read More...

ଚେତାଶୂନ୍ୟ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଚିକିତ୍ସା ପାଇଁ ପଠାଇଲେ ମହିଳା ପୁଲିସ, ଭାଇରାଲ ହେଉଛି ଭିଡିଓ

ଚେନ୍ନାଇ : ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ତାଣ୍ଡବ ରଚିଛି । ଏହି ସମୟରେ ଜଣେ ମହିଳା ପୋଲିସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଇନ୍ସପେକ୍ଟର ରାଜେଶ୍ୱରୀ ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଦୌଡୁଛନ୍ତି । ବେହସ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ତୁରନ୍ତ
Read More...

ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି

ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି
Read More...

ୟୁପିରେ କଂଗ୍ରେସ ସରକାର ଆସିଲେ ଆଶା କର୍ମୀଙ୍କୁ ଦିଆଯିବ ୧୦ହଜାର ଦରମା : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ତିନି ଦଶଦ୍ଧୀ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍‌ ଘୋଷଣା କରୁଛନ୍ତି । ସେ
Read More...

ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ମଲାଲା ୟୁସୁଫଜାଇ ଏବଂ ତାଙ୍କ ସାଥୀ ଆସାର ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ବାଳିକା ଶିକ୍ଷାର ସମର୍ଥକ ମଲାଲା ଏବଂ ଆସାରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ
Read More...

ଦେଶର ୧୦ ପ୍ରଦୂଷିତ ସହର ତାଲିକାରେ ୟୁପିର ୮

ନୂଆଦିଲ୍ଲୀ:ଦେଶର ଦିୱାଲୀ ପରଠାରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଅନେକ ବଡ ସହରରେ ଗମ୍ଭୀର ବର୍ଗରେ ରହିଆସିଛି । ଦିଲ୍ଲୀରେ ତିନି ଦିନ ପରେ ଏକ୍ୟୁଆଇ ଉନ୍ନତି ହୋଇଛି, ଯଦିଓ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ବାୟୁ ସଫା ହୋଇନାହିଁ । ଏଥି ସହିତ ଉତ୍ତରପ୍ରଦେଶର ବୃନ୍ଦାବନ ଦେଶର ପ୍ରଦୂଷିତ
Read More...