ଚେତାଶୂନ୍ୟ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଚିକିତ୍ସା ପାଇଁ ପଠାଇଲେ ମହିଳା ପୁଲିସ, ଭାଇରାଲ ହେଉଛି ଭିଡିଓ

0 47

ଚେନ୍ନାଇ : ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ତାଣ୍ଡବ ରଚିଛି । ଏହି ସମୟରେ ଜଣେ ମହିଳା ପୋଲିସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଇନ୍ସପେକ୍ଟର ରାଜେଶ୍ୱରୀ ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଦୌଡୁଛନ୍ତି । ବେହସ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ଥିଲା । ଇନ୍ସପେକ୍ଟର ରାଜେଶ୍ୱରୀ ଉକ୍ତ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ଅଟୋ ରିକ୍ସରେ ବସାଇ ଡାକ୍ତରଖାନାକୁ ପଠାଇଥିଲେ ।
ନ୍ୟୁଜ୍‌ ଏଜେନ୍ସି ଏନ୍‌ଆଇଏ ଏହି ଭିଡିଓ ସେୟାର କରିଛି । ସୂଚନାନୁସାରେ, ରାଜେଶ୍ୱରୀଙ୍କୁ ଚେନ୍ନାଇର ଟିପି ଚେତରାମ ପୋଲିସ ଷ୍ଟେସନରେ ନିଯୁକ୍ତି ଦିଆଯାଇଛି । ପ୍ରବଳ ବର୍ଷା ମଧ୍ୟରେ ରାଜେଶ୍ୱରୀ ଜଣେ ବ୍ୟକ୍ତିଙ୍କୁ ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । ଲୋକଙ୍କ ସାହାଯ୍ୟରେ ତାଙ୍କୁ ଉଠାଇ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ ରାଜେଶ୍ୱରୀ । ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଥିଲା । ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିୱାଲ କହିଛନ୍ତି ଯେ ରାଜେଶ୍ୱରୀ ସର୍ବଦା ଏହିପରି କାମ କରନ୍ତି । ସେ ରାସ୍ତାରେ ଜଣେ ଚେତାଶୂନ୍ୟ ବ୍ୟକ୍ତିଙ୍କୁ ପଡ଼ିଥିବାର ଦେଖିଥିଲେ, ଯାହାର ତୁରନ୍ତ ଚିକିତ୍ସା ସହାୟତା ଆବଶ୍ୟକ ଥିଲେ । ରାଜେଶ୍ୱରୀ ତାଙ୍କୁ କାନ୍ଧରେ ଉଠାଇ ଡାକ୍ତରଖାନା ପଠାଇଥିଲେ ।

hiring
hiranchal ad1
Leave A Reply

Your email address will not be published.

17 + twelve =